୧୦୦୦ ଲିଟର କିରୋସିନ ଜବତ, ୨ ଭାଇ ଗିରଫ

0

ପୁରୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏକ ଟ୍ରାକ୍ଟର ଯୋଗେ ୫ଟି ଟିଣ ଡ୍ରମରେ ବେଆଇନ୍ ଭାବେ ଏକ ହଜାର ଲିଟର କିରୋସିନ୍ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ।

ବେଆଇନ କରୋସିନ ପରିବହନ ଅଭିଯୋଗରେ କାକଟପୁର ଥାନା ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ସେମାନେ ହେଲେ କାକଟପୁର ସୁନାରିବସ୍ତି ଗାଁର ରାଜକିଶୋର ସ୍ୱାଇଁ ଓ ରମେଶଚନ୍ଦ୍ର ସ୍ୱାଇଁ । ଏଥିସହ ପୋଲିସ ଏକ ଟ୍ରାକ୍ଟରକୁ ମଧ୍ୟ ଜବତ କରିଛି ।

Leave A Reply

Your email address will not be published.