ପାରାଦୀପରେ ଜାହାଜରେ ୧୪ କରୋନା ପଜିଟିଭ୍

0

ପାରାଦୀପ: ଜାହାଜରେ କରୋନା । ପାରାଦୀପ ବନ୍ଦରରେ ଏକ ଜାହାଜରୁ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜଟି ତାମିଲନାଡୁର ତୁତିକରିନ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରରେ ପହଞ୍ଚିଥିଲା ଜାହାଜ । ଏଥିରେ ଥିଲେ ୨୪ ଜଣ କର୍ମଚାରୀ ।

 

କୋଭିଡ୍ ପ୍ରୋଟୋକଲ୍ ଅନୁସାରେ, ଜାହାଜର କର୍ମଚାରୀ ସେଲ୍ଟ ଡିକ୍ଲାରେସନ୍ ଫର୍ମ ଦେଇଥିଲେ । ସେମାନଙ୍କ ପାଖରେ କୋଭିଡ୍ ଲକ୍ଷଣ ଥିବାରୁ ସମସ୍ତଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.