50 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

0

ମୋହନା : ମୋହନା ପୋଲିସକୁ ମିଳିଲା ବଡ ସଫଳତା । ପିଆଜ ଟ୍ରକରୁ ଜବତ କଲା ଲକ୍ଷାଧିକ ଟଙ୍କାର ଗଂଜେଇ । ଗଞ୍ଜେଈର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ ହେବ । ଗଂଜେଇ ସମେତ 2 ଜଣକୁ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ, ଜୁଲାଇ 31 ତାରିଖ ଦିନ ଦିପହର ଏଏସପିଙ୍କର ନିର୍ଦ୍ଦେଶ କ୍ରମେ ତଥା ଏସଡ଼ିପିଓ ଆର ଉଦୟଗିରୀଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଜେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଚାନ୍ଦିପୁଟ ଓ ଲୁହଗୁଡ଼ି ମଧ୍ୟରେ ପେଟ୍ରୋଲିଂ କରୁଥିଲେ । ଉକ୍ତ ସମୟରେ ଏକ 14 ଚକିଆ ପିଆଜ ଟ୍ରକକୁ ଅଟକାଇ ଚେକିଂ କରିଥିଲେ । ପିଆଜ ବସ୍ତା ଭିତର ପାଶ୍ୱ ଯାଞ୍ଚ କରିବା ଦ୍ୱାରା ପିଆଜ ବସ୍ତା ତଳେ ଗଞ୍ଜେଇ ଭର୍ତ୍ତି ବସ୍ତା ସବୁ ଦେଖିବାକୁ ମିଳିଥିଲା । ଉକ୍ତ ଗାଡ଼ିରୁ 38 ଟି ଗଂଜେଇ ଭର୍ତ୍ତି ବସ୍ତା ସିଜ କରିଛି । ରାଉରକେଲା ଅଂଚଳର ନିକିଲ କୁମାର ଓ ଅନୁରାଗ କୁମାର ଉକ୍ତ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଆର ଉଦୟଗିରି ବନାରସ ଟ୍ରାନ୍ସପୋର୍ଟ କରୁଥିବା ସମୟରେ ପୋଲିସ ହାତରେ ଧରା ପଡ଼ିଲେ । ଉକ୍ତ ଗଞ୍ଜେଇ ବସ୍ତା ସବୁକୁ ଓଜନ କରିବାରୁ ସମୁଦାୟ 10 କ୍ୱିଣ୍ଟାଲ 57 କେଜି ହୋଇଥିଲା । ଯାହାର ବଜାର ଆନୁମାନିକ ମୁଲ୍ୟ 50 ଲକ୍ଷ ହେବ। ତା ସହିତ ଉକ୍ତ ଟ୍ରକ ଯାହାର ନମ୍ବର OR14W7277କୁ ଜବତ କରାଯାଇଛି । ଆଜି ସମ୍ପୃକ୍ତ ଦୁଇଜଣକୁ କୋର୍ଟ ଚାଲାଣ କରାଯାଇଛି । ଏ ବାବଦରେ ମୋହନା ଥାନାରେ କେସ ନମ୍ବର 120/20 ରୁଜୁ କରାଯାଇଛି ।

Leave A Reply

Your email address will not be published.