ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

0

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

 

ଖବର ଅନୁଯାୟୀ, ଗୁରୁବାର ଅପରାହ୍ନରେ ଜଣେ ମହିଳା ଶୁଖିଲା ପତ୍ର ସଂଗ୍ରହ କରିବାକୁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ବସନ୍ତ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

 

ପରେ ପୀଡିତାଙ୍କ ପରିବାର ତାଙ୍କୁ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଯାହା ପରେ ତାଙ୍କୁ ସୋରୋ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

 

ଏହା ଘଟଣା ପରେ ସମ୍ପର୍କୀୟ ମାନେ ସମ୍ପୃକ୍ତ ବ୍ୟକ୍ତିକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

 

ଏନେଇ ସୋରୋ ଥାନା ଆଇଆଇସି ମଧୁସ୍ମିତା ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗୁରୁବାର ରାତି ୧୦ଟା ୩୦ମି. ସମୟରେ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। “ଆମେ ମୃତଦେହ ଜବତ କରି ପିଡିତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛୁ।

Leave A Reply

Your email address will not be published.