ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଂଚ

0

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଏବେବି ରହସ୍ୟ ଘେରରେ ରହିଛି । ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଥିବା ବେଳେ ଆଜି ରହସ୍ୟ ଉନ୍ମୋଚନ ନୂଆ ଦିଗ ଉପରେ ଫୋକସ କରିଛି । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନସିକ୍ ଡିପାର୍ଟମେଂଟକୁ ଆବେଦନ କରିଛି କ୍ରାଇମବ୍ରାଂଚ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ତିନି ସାଙ୍ଗ ବିକାଶ, ପପୁ ଓ ପ୍ରିତମଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ କ୍ରାଇମବ୍ରାଂଚ ଆବେଦନ କରିଛି ।

ସେପଟେ ଆଦିତ୍ୟ ଦାସଙ୍କ ପରିବାର ଉପରେ ମାନସିକ ଚାପ ପକାଯାଉଥିବା ଅଭିଯୋଗ ହୋଇଛି । କିଛି ଯୁବକ ସୋସିଆଲ ମିଡିଆରେ ମିଛ ଖବର ଦେଖାଇ ତାଙ୍କ ପରିବାରକୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ବାପା । ସେ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅକୁ ଏଯାଏ ନ୍ୟାୟ ମିଳିନି । ଅନ୍ୟପଟେ ସେ ଖାଇବାକୁ ପାଉନାହାଁନ୍ତି, ବିଜୁଳି ବିଲ୍ ଓ ଘରଭଡା ଦେଇପାରୁନାହାଁନ୍ତି ବୋଲି ମିଛ ଭିଡିଓରେ ତାଙ୍କ ପରିବାରକୁ ବଦନାମ କରାଯାଉଛି ।

Leave A Reply

Your email address will not be published.