ସୁସ୍ଥ ହେବା ପରେ ପିଲାମାନଙ୍କୁ ଦେଖି ଭାବ ପ୍ରବଣ ହୋଇଗଲେ ଅଲୁ ଅର୍ଜୁନ

0

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲୁ ଅର୍ଜୁନ ବୁଧବାର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ପ୍ରଥମେ ନିଜ ପିଲାମାନଙ୍କୁ ଭେଟିଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନଜ ଘରର ଉପର ମହଲାରେ ଆଇସୋଲେଶନରେ ରହୁଥିଲେ । ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ପରିବାରଲୋକଙ୍କୁ ଭେଟି ଭାବପ୍ରବଣ ହୋଇ ପଡିଥିଲେ ।

ଏ ନେଇ ସେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମୋ ସୁସ୍ଥ ହେବା ପଛରେ ପ୍ରଶଂସକ, ଶୁଭଚିନ୍ତକ ଓ ପରିବାରବର୍ଗଙ୍କ ବହୁତ ହାତ ରହିଛି । ୧୫ ଦିନ କ୍ୱାରେଂଟାଇନରେ ରହିବା ସମୟରେ ମୋ ପୁଅ ଓ ଝିଅଙ୍କ କଥା ବହୁତ ମନେ ପଡୁଥିଲା ବୋଲି କହିଛନ୍ତି ।

Leave A Reply

Your email address will not be published.