ବାରମ୍ବାର ନିରାଶ ହେବା ପରେ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ

0

ରେଙ୍ଗାଲି: ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ଯୁବକ ତହସିଲ ଅଫିସରେ ଲଗାଇଲେ ନିଆଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରେଙ୍ଗାଲି ତହସିଲ ଅଫିସ ପରିସରରେ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜମିଜମା କାମରେ ଯୁବକ ଜଣଙ୍କ ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଥିଲେ। ତଥାପି ତାଙ୍କ କାମ ହୋଇନଥିଲା ତେଣୁ ସେ ହତାଶ ହୋଇଯାଇଥିଲେ। ଏବଂ ରାଗରେ ତହସିଲ କାର୍ଯ୍ୟାଳୟ ପରିସରରେ ନିଆଁ ଲଗାଇଥିବା କୁହାଯାଉଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇବା ସମୟରେ ଜୀବକ ଜଣଙ୍କ ଫେସବୁକ ମାଧ୍ୟମରେ ଲାଇଭରେ ରହିଥିଲେ।

ତେବେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସଂପୃକ୍ତ ବ୍ୟକ୍ତିବକୁ ଥାନାରେ ଅଟକ ରଖାଯାଇଛି।

ଏହି ହତାଶ ଯୁବକ ରାଜୀବ କିଶାନଙ୍କ ଜମି ବିକ୍ରି କରି ଦିଆଯାଇଥିବା ନେଇ ନେଇ ସେ ତହସିଲ ଅଫିସ୍‌ରେ ଅଭିଯୋଗ କରିଥିଲେ। ସେ ବାରମ୍ବାର ଏନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନଥିଲେ। ତେଣୁ ବାଧ୍ୟ ହୋଇ ସେ ଏପରି କାଣ୍ଡ ବିହାଇ ଥିବା କହିଛନ୍ତି।

Leave A Reply

Your email address will not be published.