ଜାନୁଆରୀ ୮ରୁ ଖୋଲିବ ଯାଜପୁରରେ ସମସ୍ତ ଧର୍ମାନୁଷ୍ଠାନ

0

ଯାଜପୁର:ଜାନୁଆରୀ ୮ରୁ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି । ଗତ ୨୯ ତାରିଖରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବାବେଳେ ଆସନ୍ତା ୮ ରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପ୍ରଶାସନର ଏଭଳି ନିଷ୍ପତ୍ତିରେ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରି ଖେଳି ଯାଇଛି ।

 

ତେବେ ମା’ ବିରଜାଙ୍କୁ ଦର୍ଶନ ସମୟରେ କିଛି ପରିବର୍ତ୍ତନ କରାଯାଇଛି । ଭକ୍ତମାନେ ବର୍ତ୍ତମାନ ସକାଳ ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.