ଶ୍ରେଷ୍ଠ 50 ବିଧାୟକଙ୍କ ମଧ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

0

ଭୁବନେଶ୍ୱର: ଜାତୀୟ ସ୍ତରରେ ଚମକିଲେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ନିଜର ନିଷ୍ଠା, ପରିଶ୍ରମ, ବିକାଶମୂଳକ କାର୍ଯ୍ୟପନ୍ଥା, ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଚେଷ୍ଟିତ ଥିବା ପ୍ରଣବ ଆଜି ଜାତୀୟସ୍ତରରେ ପରିଚିତ ହୋଇଛନ୍ତି।

ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସ୍ଥାନ ପାଇଛି। ସେହିପରି ଅନ୍ୟଜଣେ ମଧ୍ୟ ଏହି ତାଲିକାରେ ସାମିଲ ହେଇଛନ୍ତି ।

ସର୍ଭେ ପରେ ଏକ ଶ୍ରେଷ୍ଠ ୫୦ ଜଣିଆ ତାଲିକା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳର ବିଧାୟକ ଅଟନ୍ତି ଓ ଦଳର ସାଙ୍ଗଠନିକ ସମ୍ପାଦକ ଭାବେ କାର୍ଯ୍ୟରତ । ଅନନ୍ୟପକ୍ଷରେ ଶ୍ରେଷ୍ଠ ବିଧାୟକ ତାଲିକାରେ ଥିବା ତାରା ପ୍ରସାଦ ବାହିନୀପତି ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ଅଟନ୍ତି ।

କୋରାପୁଟ ଭଳି ଏକ ଆଦିବାସୀ ପ୍ରବଣ ଜିଲ୍ଲାରେ ଜଣେ ଦାୟିତ୍ୱବାନ ବିଧାୟକ ଭାବେ କାର୍ଯ୍ୟ କରି ସେ ବେଶ ଲୋକପ୍ରିୟତା ହାତେଇଛନ୍ତି । ଏବେ ତାଲିକାରେ ଏହି ବିଧାୟକ ଦ୍ୱୟଙ୍କ ନାମ ଆସିବା ପରେ ସମର୍ଥକଙ୍କ ଶୁଭେଚ୍ଛା ଛୁଟିଛି ।

Leave A Reply

Your email address will not be published.