ପିପିଲି ପାଇଁ ବିଜେପି ପରେ ବିଜେଡିର ପ୍ରାର୍ଥୀ ଘୋଷଣା:ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ପିପିଲି:ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ମହାରଥୀଙ୍କ ପୁଅଙ୍କ ନାଁରେ ମୋହର ମାରିଛନ୍ତି ନବୀନ ।

ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନର ମତଦାନ ହେବ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ପ୍ରଥମେ ଚର୍ଚ୍ଚା ହେଉଥିଲା । ଶାସକ ବିଜେଡି ସବୁ କଳ୍ପନାର କଳ୍ପନାର ଅବସାନ ଘଟାଇ ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀଙ୍କୁ ନିଜର ପ୍ରାର୍ଥୀ କରିଛି ।

ଏହାପୂର୍ବରୁ ବିଜେପି ତାର ପାର୍ଥୀ ଘୋଷଣା କରିଛି । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଶ୍ରିତ ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ନିର୍ବାଚନ ଲଢେଇ କରିବାକୁ ବିଜେପି ଓ ବିଜେଡି ପିପିଲି ମଇଦାନରେ ଓହ୍ଲାଇଥିବା ବେଳେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳୀୟ ହାଇକମାଣ୍ଡଙ୍କ ଉପରେ ନଜର ରହିଛି ।

Leave A Reply

Your email address will not be published.