କେନାଲକୁ ଓଲଟିଲା କାର୍; ୩ ମୃତ
କଟକ: କଟକ ସହରର ଉପକଣ୍ଠରେ ଥିବା ତେଲେଙ୍ଗାପେଣ୍ଠ ନିକଟସ୍ଥ କେନାଲକୁ ଏକ କାର୍ ଓଲଟି ପଡିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନଙ୍କ ପରିଚୟ ଏଯାବତ୍ ସ୍ପଷ୍ଟ ହୋଇନାହିଁ ।
ପ୍ରାପ୍ତ ସୂଚନାନୁଯାୟୀ ଏକ ଦ୍ରୁତଗାମୀ ଜାଗୁଆର କାର୍ (ଓଡି-୧୪-ସି-୦୦୦୭) କୌଣସି କାରଣବଶତଃ ୧୬ନଂ ଜାତୀୟ ରାଜପଥ ନିକଟରେ ଥିବା କେନାଲକୁ ଖସି ପଡିଥିଲା ବୋଲି ଦେଖଣାହାରୀ ମାନେ ପ୍ରକାଶ କରିଛନ୍ତି ।
ସୂଚନା ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ମାନଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ପ୍ରାଥମିକ ତଦନ୍ତରୁ ଉକ୍ତ କାରଟି ରାଉରକେଲାର ବୋଲି ଜଣାପଡିଛି ।