ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

0

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଚାକିରୀରୁ ଅବସର ନେବେ । ଆସନ୍ତା ଡିସେମ୍ବର ୩୧ତାଙ୍କ ଚାକିରୀର ଶେଷ ଦିନ ହେବ । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ମିଳିଥିବା ଉଲ୍ଲେଖ ରହିଛି । ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ପଦ ସହ ମୁଖ୍ୟ ଉନ୍ନୟନ କମିଶନର ଭାବେ ମଧୟ ଦାୟିତ୍ୱ ତୁଲାଉଛନ୍ତି ।

 

ଶ୍ରୀ ତ୍ରିପାଠୀ ଅବସର ନେବା ପରେ ଆଇଏଏସ ସୁରେଶ ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.