ଦେଶରେ ଆଜି ସବୁ ରେକର୍ଡ ଟପିଗଲା କରୋନାର ଦୈନିକ ସଂକ୍ରମଣ

0

ନୂଆଦିଲ୍ଲୀ: କରୋନା ମାରୁଛି ଲମ୍ବା ଲମ୍ଫ । ଦେଶରେ ସଂକ୍ରମଣର ନୂଆ ରେକର୍ଡ । ଦୈନିକ ସଂକ୍ରମଣ ଆଜି ସର୍ବୋଚ୍ଚ ସ୍ତର ଛୁଇଁଛି । ଦିନକରେ ଚିହ୍ନଟ ହୋଇଛନ୍ତି ଲକ୍ଷେ ୧୫ ହଜାର ନୂଆ ଆକ୍ରାନ୍ତ । ଯାହାକି ଦେଶରେ ମହାମାରୀ ଆରମ୍ଭ ହେବା ପରଠୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧ଲକ୍ଷ ୧୫ହଜାର ୭୩୬ ପଜିଟିଭ୍ ବାହାରିଛନ୍ତି ।

 

ଏହି ସମୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬୩୦ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨୮ଲକ୍ଷ ୧୭୮୫କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ୧ଲକ୍ଷ ୬୬ହଜାର ୧୭୭ । ସୁସ୍ଥ ହେଲେଣି ୧କୋଟି ୧୭ଲକ୍ଷ ୯୨ହଜାର ଆକ୍ରାନ୍ତ । ଆକ୍ଟିଭ୍ କେସ୍ ସଂଖ୍ୟା ୮ଲକ୍ଷ ୪୩ହଜାର ୪୭୩କୁ ବୃଦ୍ଧି ପାଇଛି ।

 

ଦେଶରେ ଅଧିକ ସଂକ୍ରମିତ ୫ଟି ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ । ଏସବୁ ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ । ବେକାବୁ ସ୍ଥିତି ସୃଷ୍ଟି ହେଲାଣି । ଅଧିକ ସତର୍କ ରହିବା ପାଇଁ କହିଛନ୍ତି କେନ୍ଦ୍ର ସରକାର । ଆଗାମୀ ୪ ସପ୍ତାହ ଭାରତ ପାଇଁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ଅର୍ଥାତ ସଂକ୍ରମଣରେ ଦ୍ରୁତ ବୃଦ୍ଧି ସମ୍ଭାବନା ରହିଛି ।

Leave A Reply

Your email address will not be published.