ବାରିପଦାରେ ଜାଲ୍ ନୋଟ୍ ରାକେଟ ଠାବ, ୨ ଗିରଫ

0

ବାରିପଦା: ଟାଉନ ପୋଲିସ ଏକ ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାଶ କରିଛି । ସେମାନଙ୍କଠାରୁ ପ୍ରାୟ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏଥିରେ ୧୧୦ଟି ୫ ଶହ ଟଙ୍କିଆ, ୩୦୦ଟି ଶହେ ଟଙ୍କିଆ ଜାଲ୍ ନୋଟ୍ ରହିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି । ସେମାନଙ୍କଠାରୁ ୨ଟି ମୋବାଇଲ ଓ ଗୋଟିଏ ମୋଟର ସାଇକେଲ ପୋଲିସ ଜବତ କରିଛି ।

 

 

ସୂଚନା ଅନୁଯାୟୀ, କୌଣସି ସୂତ୍ଅରରୁ ଖବର ପାଇ ପୋଲିସ ସେଠାରେ ଚଢଉ କରିଥିଲା । ତେବେ ଏହି ଜାଲ ନୋଟ କାରବାରର ଚେର ବହୁତ ଲମ୍ବା ବୋଲି ପୋଲିସ ଜାଣିବାକୁ ପାଇଛି । ଗିରଫ ଦୁଇ ବୟକ୍ତି ଝାଡଖଣ୍ଡର ରଖହରି ରଣା ଓ ରାସବିହାରୀ ରଣାଙ୍କୁ ଅଧିକ ପଚରାଉଚରା କରାଗଲେ ଏ କାରବାର ପଛରେ ଆଉ କାହାର ସବୁ ହାତ ଅଛି ତାହା ସ୍ପଷ୍ଟ ହେବ ।

Leave A Reply

Your email address will not be published.