ତିଳ ଖାଇବା ଦ୍ଵାରା ହୋଇଥାଏ ବହୁତ ଫାଇଦା, ଏହି ଭୟଙ୍କର ରୋଗ ସବୁରୁ ମୁକ୍ତି ମିଳିଥାଏ ।
ଆୟୁର୍ବେଦରେ ଛୋଟରୁ ବଡ଼ ରୋଗର ଚିକିତ୍ସା କୁହାଯାଇଛି। ଆହୁରି ମଧ୍ୟ ବହୁତ ରୋଗର ଚିକିତ୍ସା ଆମ ରୋଷେଇ ଘରେ ମଧ୍ୟ ରହିଛି। କିନ୍ତୁ ଏହି ବିଷୟରେ କେହି କିଛି ଜାଣି ନାହାନ୍ତି। ରୋଷେଇ ଘରେ ଏପରି ଛୋଟ ଜିନିଷ ବି ଆମକୁ ରୋଗରୁ ମୁକ୍ତି କରାଇ ପାରେ, ତାମଧ୍ୟରୁ ତିଳ ଅନ୍ୟତମ। ତିଳ ଆମ ଶରୀର ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ। ଛୋଟ ତିଳରେ ବହୁତ ବଡ଼ ବଡ଼ ଗୁଣ ରହିଛି। ଏହାର ଫାଇଦା ପାଇଁ ଆପଣଙ୍କୁ କୌଣସି ସମସ୍ୟାରେ ଔଷଧ ଖାଇବାର ଆବଶ୍ୟକତା ରହିଛି। ଆସନ୍ତୁ ଜାଣିବା ତିଳର ସେବନ ଦ୍ବାରା ଶରୀର ସହିତ ଜଡିତ ସମସ୍ୟାର ସମାଧାନ ଓ ଏହାଦ୍ବାରା କଣ କଣ ଫାଇଦା ପ୍ରାପ୍ତ ହେବ।
କବ୍ଜରୁ ମିଳିବ ଆରାମ :-
ତିଳ ଖାଇବା ଦ୍ବାରା ଶରୀରର ଉର୍ଜାରେ ବୃଦ୍ଧି ହୋଇଥାଏ। ତିଳରୁ ତିଆରି ଖାଦ୍ୟ ପଦାର୍ଥର ସେବନ ଦ୍ଵାରା ଆପଣଙ୍କୁ କବ୍ଜ ରୋଗରୁ ମୁକ୍ତି ମିଳିବ। ଆୟୁର୍ବେଦରେ କୁହାଯାଇଛି କଳା ତିଳକୁ ଚୋବେଇ ଖାଇ ତାପରେ ପାଣି ପିଇବାରୁ ବବାଶିର ସମସ୍ୟାରୁ ଆରାମ ମିଳିବ।
ହୃଦଘାତ ରୋଗର ଆଶଂକା କମ :-
ତିଳରେ ସେଚୁରେଟେଡ ଫେଟି ଏସିଡ ରହିଥାଏ। ଯାହା ଶରୀରରେ ବେଡ଼ କୋଲେଷ୍ଟ୍ରଲର ସ୍ତରକୁ କମ କରିଥାଏ ଏବଂ ଗୁଡ କୋଲେଷ୍ଟ୍ରଲର ସ୍ତରକୁ ବଢାଇ ଥାଏ। ଏହା ହୃଦୟ ସମ୍ବନ୍ଧିତ ସମସ୍ୟାର ନିରାକରଣ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏହାଦ୍ବାରା ହୃଦରୋଗର ସମସ୍ୟାକୁ ନିୟନ୍ତ୍ରଣରେ ରଖା ଯାଇଥାଏ।
ରଙ୍ଗ ଉଭରିବା –
ସୌନ୍ଦର୍ଯ୍ୟ ପାଇଁ ତିଳର ସେବନ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାଦ୍ବାରା ଚେହେରାର ରଙ୍ଗରେ ପରିବର୍ତ୍ତନ ଆସିଥାଏ ଏବଂ ଚେହେରା ଚମକିବା ଆରମ୍ଭ କରିଥାଏ। ଏଥିପାଇଁ ଦୁଧରେ ଅଳ୍ପ ତିଳ ପକାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ ନିଜ ଚେହେରା ରେ ଲଗାନ୍ତୁ। ଏହାଦ୍ବାରା ଚେହେରାର ରଙ୍ଗ ଚମକିବ। ତିଳର ତେଲରେ ମାଲିଶ କରିବା ଦ୍ୱାରା ତ୍ବଚ଼ାରେ ଚମକ ଆସିଥାଏ।
ଚୁଟି ଝଡ଼ିବା ବନ୍ଦ ହୋଇଯିବ –
ତିଳ ଆମ ଚୁଟି ପାଇଁ ମଧ୍ୟ ଅତ୍ୟନ୍ତ ପୋଷକ ହୋଇଥାଏ। ଚୁଟିରେ ତିଳର ତେଲ ବ୍ୟବହାର କରିବା ଦ୍ଵାରା ବହୁତ ଫାଇଦା ହୋଇଥାଏ। ଅସମୟରେ ଚୁଟି ଝଡ଼ିବା ସମସ୍ୟାରେ ତିଳରେ ତିଆରି ପଦାର୍ଥର ସେବନ କରିବା ଦ୍ୱାରା ଆରାମ ମିଳିଥାଏ।
ଚିନ୍ତା ଓ ବ୍ୟାକୁଳକୁ ଦୂର କରନ୍ତୁ :-
ମାନସିକ ସମସ୍ୟାରେ ତିଳର ସେବନ କରିବା ଫାଇଦା ସାବ୍ୟସ୍ତ ହେବ। ବ୍ୟାକୁଳତା , ଚିନ୍ତା, ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ତିଳ ଉପଯୋଗୀ ଅଟେ। ପ୍ରତ୍ୟେକ ଦିନ କିଛି ପରିମାଣରେ ତିଳ ଖାଇବା ଦ୍ବାରା ଆମର ମସ୍ତିଷ୍କ ସୁସ୍ଥ ରହିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ଵାରା ମାନସିକ ସମସ୍ୟା ଦୂର ହୋଇଥାଏ।
ଶୁଖିଲା କାଶ ଓ ବ୍ୟଥାରୁ ମୁକ୍ତି:-
ବହୁତ ଲୋକଙ୍କୁ ନିୟମିତ କାଶର ସମସ୍ୟା ହୋଇଥାଏ। ଖାସ୍ କରି ଶୁଖିଲା କାଶ ହୋଇଥିଲେ ଏହା ଖୁବ୍ ଶୀଘ୍ର ଛାଡ଼ି ନଥାଏ। ତିଳ ସହିତ ମିଶ୍ରି ମିଶାଇ ଖାଇଲେ ଶୁଖିଲା କାଶ ଦୂର ହୋଇଥାଏ । ଯଦି କାନ ବ୍ୟଥା ହେଉଛି, ତେବେ ତିଳର ତେଲରେ ରସୁଣ ପକାଇ ଏହାକୁ ହାଲକା ଗରମ କରନ୍ତୁ। ଟିକେ ଥଣ୍ଡା ହୋଇ ସାରିଲା ପରେ କାନରେ ଢ଼ାଳନ୍ତୁ, ଆରାମ ପ୍ରାପ୍ତ ହେବ। ଶରୀରର କୌଣସି ସ୍ଥାନରେ ବ୍ୟଥା ହେଉଥିଲେ ଏହି ତେଲର ମାଲିଶ ଦ୍ଵାରା ଆରାମ ମିଳି ଥାଏ।