ଧରାପଡିଲା ବାପା ପୁଅ ଫେରାର, ୪ ଚୋରା ବାଇକ ଜବତ

0

ପୁରୀ: ପର୍ଦ୍ଦାଫାଶ ହେଲା ବାପା ପୁଅଙ୍କ କାରନାମା । ଧରାପଡିଲା ବାପା, ପୁଅ ଫେରାର । ପୁରୀ ଗୋପ ଥାନା ପୋଲିସ ଚୋରା ବାଇକ୍ କିଣାବିକା ମାମଲାରେ ଚେଙ୍ଗଇଲ ଗାଁର ନିରଞ୍ଜନ ମଲିକଙ୍କୁ ଗିରଫ କରିଛି । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଅଉ ଜଣେ ଅଭିଯୁକ୍ତ ସୁକାନ୍ତ କୁମାର ମଲିକଙ୍କୁ ପୋଲିସ ଧରିଥିବା ବେଳେ ପୁଅ ଦୀପକ ପେରାର ହୋଇଯାଇଛି । ଏଥିସହ ପୋଲିସ ୪ଟି ଚୋରା ବାଇକ ଜବତ କରିଛି ।

ସୂଚନା ମୁତାବକ, ଗୋପ ପୋଲିସ ବେଗୁନିଆ ଛକରେ ଗାଡି ଯାଞ୍ଚ କରୁଥିବା ସମୟରେ ନିରଞ୍ଜନ ଗାଡିକୁ ଯାଞ୍ଚ କରିବା ସମୟରେ ତାହା ଚୋରା ଗାଡି ବୋଲି ଜଣାପଡିଥିଲା । ତଦନ୍ତ କରିବା ପରେ ଏହି ଘଟଣାରେ ତାଙ୍କ ପୁଅ ଦୀପକ ଓ ସେହି ଗ୍ରାମର ସୁକାନ୍ତ କୁମାର ମଲିକ ସମ୍ପୃକ୍ତ ଥିବା ଜଣାପଡିଥିଲା । ସେମାନଙ୍କ ଠାରୁ ସୂଚନା ପାଇ ପୋଲିସ ବିଭିନ୍ନ ଅଂଚଳରେ ଚଢ଼ାଉ କରି ୪ଟି ଚୋରା ବାଇକ ଜବତ କରିବା ସହ ନିରଞ୍ଜନ ଓ ସୁକାନ୍ତଙ୍କୁ ଗିରଫ କରିଥିବା ବେଳେ ଦୀପକ ଫେରାର ଥିବା ଗୋପ ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.