ଶିମିଳିପାଳରେ ନିଆଁ ବ୍ୟାପିବା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏଥି ସହ ଏ ନେଇ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଶିମିଳିପାଳରେ ଗତ ସପ୍ତାହେ ଧରି ନିଆଁ ଲାଗିବା କାରଣରୁ ବନ୍ୟଜନ୍ତୁମାନେ ବିପଦରେ ଥିବା ଟ୍ବିଟରରେ ଉଲ୍ଲେଖ କରି ଉଦବେଗ ପ୍ରକାଶ କରିଥିଲେ ମୟୁରଭଞ୍ଜର ରାଜକୁମାରୀ ତଥା ଯୁବ ଉଦ୍ୟୋଗୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ । ଏହି ଟ୍ବିଟକୁ ରିଟ୍ବିଟ୍ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ପ୍ରକାଶ ଜାଭେଡକର ଏ ନେଇ ଚିନ୍ତାପ୍ରକଟ କରିଛନ୍ତି ।

ଜଙ୍ଗଲରେ ନିଆଁ ବ୍ୟାପୁଥିବାରୁ ଶିମିଳିପାଳରେ ରହୁଥିବା ବାଘ, ହାତୀ ସମେତ ଅନ୍ୟ ପ୍ରାଣୀମାନେ ବିପଦରେ ଅଛନ୍ତି । ଜଙ୍ଗଲଜାତ ଦ୍ରବ୍ୟକୁ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଚି କରିଛି । ବେତନଟୀ ଗାଁରେ ମଧ୍ୟ ନିଆଁ ପ୍ରବେଶ କରିଥିବା ଜଣାପଡିଛି । କେତେକ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭା ପାଇଁ ଚେଷ୍ଟା ଚାଲିଥିବା ବନବିଭାଗ ପକ୍ଷରୁ ଚେଷ୍ଟା ଚାଲିଛି । କିନ୍ତୁ ସେମାନେ ସହଯୋଗ କରୁ ନ ଥିବା ଜଣାପଡିଛି ।

Leave A Reply

Your email address will not be published.