ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

0

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲିଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ତୁଲାଇଥିବା ସ୍ବର୍ଗତ ଜେଟଲି ୨୦୧୯ ମସିହା ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଏକାଧାରରେ ଥିଲେ ଜଣେ ବିଚକ୍ଷଣ ରାଜନେତା ଓ ଓକିଲ ମଧ୍ୟ ।

ସ୍ବର୍ଗତ ଜେଟଲି ୧୯୫୨ ମସିହା ଡିସେମ୍ୱର ୨୮ ତାରିଖରେ ନୂଆ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ଛାତ୍ରଜୀବନରେ ଏବିଭିପି ସହିତ ଜଡିତ ରହି ପ୍ରମୁଖ ଛାତ୍ରନେତା ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ ।

ଚାଟାର୍ଡ ଆକାଉଂଟାଂଟ ହେବାକୁ ଚାହୁଁଥିବା ଜେଟଲି କୌଣସି କାରଣରୁ ଓକିଲାତି ପାଇଁ ମନବଳାଇଥିଲେ । ସେ ଜଣେ ଦକ୍ଷ ଓକିଲ ଭାବେ ବେଶ୍ ନାଁ କରିଛନ୍ତି।

ଜେଟଲି ଜନତା ଦଳର ଶରଦ ଯାଦବଙ୍କଠାରୁ ଆରମ୍ଭ କରି କଂଗ୍ରେସର ମାଧବରାଓ ସିଂଧିୟା ଏବଂ ବିଜେପି ନେତା ଲାଲକୃଷ୍ଣ ଆଡବାଣୀଙ୍କ ଭଳି ବହୁ ମାନ୍ୟଗଣ୍ୟ ନେତାଙ୍କ କେସ ମଧ୍ୟ ଲଢିଛନ୍ତି । ୨୦୦୯ରେ ରାଜ୍ୟସଭାରେ ବିରୋଧୀ ନେତା ହେବା ପରଠାରୁ ସେ ଓକିଲାତି କରିବା ବନ୍ଦ କରିଦେଇଥିଲେ ।

ଅରୁଣ ଜେଟଲି ଜମ୍ମୁ-କାଶ୍ମୀରର ପୂର୍ବତମ ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗରାଙ୍କ ଝିଅ ସଙ୍ଗୀତା ଡୋଗାରଙ୍କଙ୍କୁ ବିବାହ କରିଥିଲେ।

ଜେଟଲି ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାର କାଳରେ ମନ୍ତ୍ରୀ ରହିଆସିଛନ୍ତି । ଏହାପରେ ନରେନ୍ଦ୍ର ମୋଦି ମଧ୍ୟ ନିଜ ମନ୍ତ୍ରୀମଣ୍ଡଳରେ ଜେଟଲିଙ୍କୁ ସାମିଲ କରିଥିଲେ ।

Leave A Reply

Your email address will not be published.