ପୂର୍ବତନ ଓଡିଶା ଗୁଇନ୍ଦା ଡିଜି ଏସ୍‌ଏନ୍ ତିୱାରୀଙ୍କ ପରଲୋକ

0

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ଗୁଇନ୍ଦା ଡିଜି ଏସ୍‌ଏନ୍ ତିୱାରୀଙ୍କ ପରଲୋକ । ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କ୍ୟାନ୍‌ସରରେ ପୀଡିତ ଥିଲେ । ଏସ୍‌ଏନ୍ ତିୱାରୀଙ୍କ ପରଲୋକଙ୍କ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ରାଜଖରିଆରରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୬୪ରେ ସେ ଆଇପିଏସ୍ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । ସେ ତାଙ୍କ କାର୍ଯ୍ୟକାଳରେ ଡିଜି ଉତ୍ତର ଜୋନ୍‌, ସେଂଟ୍ରାଲ ରେଂଜ ଡିଜି, ଇଂଟେଲିଜେନ୍ସ ନିର୍ଦ୍ଦେଶକ, ଓଡ଼ିଶା ପୋଲିସ ଡିଜି, ଇଂଟେଲିଜେନ୍ସ ବ୍ୟୁରୋର ଯୁଗ୍ମ ସଚିବ, ବିଏସ୍‌ଏଫ୍ ନିର୍ଦ୍ଦେଶକ ଭଳିି ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.