ବିଜେପିରେ ଯୋଗ ଦେବେ ମିଥୁନ !

0

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ଆରଏସଏସ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତିଙ୍କୁ ଇତି ମଧ୍ୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭେଟିଛନ୍ତି । ମିଥୁନ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ରିପୋର୍ଟ ମୁତାବକ ପୂର୍ବରୁ ନାଗପୁରରେ ମିଥୁନ ବ୍ୟକ୍ତିଗତ ଭାବେ ଯାଇ ଭାଗବତଙ୍କୁ ଭେଟିଥିଲେ ।

 

ତୃଣମୂଳ କଂଗ୍ରେସରୁ ରାଜ୍ୟସଭା ଯାଇଥିଲେ ମଧ୍ୟ ମିଥୁନ ଦୂରେଇବା କାରଣ ଜଣାପଡୁ ନାହିଁ । ବିଜେପି ସ୍ଥିତି ସୁଧୁରୁଥିବାରୁ ଟିଏମସି ଏବଂ କଂଗ୍ରେସରୁ ବଡ ନେତାମାନେ ଦଳରେ ମିଶିବା ନେଇ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ମିଥୁନ କିମ୍ବା ବିଜେପି ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ।

Leave A Reply

Your email address will not be published.