ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର: କରୋନାରୁ ସୁସ୍ଥ ହେଲେ ଅକ୍ଷର ପଟେଲ୍

0

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିମକୁ ଫେରୁଛନ୍ତି ଯୁବ ଅଲରାଉଣ୍ଡର ଅକ୍ଷର ପଟେଲ । କରୋନାରୁ ସୁସ୍ଥ ହୋଇ ସେ ଦଳକୁ ଫେରୁଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଗତ ଏପ୍ରିଲ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । ତାପରଠୁ ସଂଗରୋଧରେ ଥିଲେ । ବିସିସିଆଇ ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଏବେ ସୁସ୍ଥ ହୋଇ ଟିମକୁ ଫେରୁଥିବା ନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.