ପୁଣି ଚର୍ଚ୍ଚାରେ ସୋନୁ; ଏକ ବର୍ଷର ଶିଶୁକୁ ସହାୟତାର ହାତ ବଢାଇଲେ ସୋନୁ ସୁଦ୍

0

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱୟଂ ଭଗବ‌ାନ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥର ଅଭିନେତା ସୋନୁ ସୁଦ୍‌ ମୁମ୍ବାଇରେ ରହୁଥିବା ଗୋଟିଏ ଛୋଟ ଶିଶୁଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଲକଡାଉନ୍ ସମୟରେ ଅନେକ ଲୋକ ସୋସିଆଲ୍ ମିଡିଆ ମାଧ୍ୟମରେ ସୋନୁଙ୍କ ସାହାଯ୍ୟ ଲୋଡିଛନ୍ତି। ତଥାପି ସେ ସମସ୍ତଙ୍କୁ ନିରନ୍ତର ସାହାଯ୍ୟ କରି ଆସୁଛନ୍ତି। ତେବେ ସୋନୁଙ୍କୁ ସୋସିଆଲ ମିଡିଆରେ ଗୋଟିଏ ଗରିବ ଝିଅର ଅପରେସନ୍ ପାଇଁ ସହାୟତା କରିବାକୁ ଅନୁରୋଧ କରାଯାଇଛି।

ବାସ୍ତବରେ, ଟ୍ୱିଟରରେ ପିଟର ଫର୍ଣ୍ଣାଣ୍ଡିସ୍ ନାମକ ଜଣେ ୟୁଜର୍‌ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ସୋନୁ ସୁଦ ଜୀ … ସାର୍’ ଏକ ବର୍ଷର ଝିଅ ଯିଏ ମୁମ୍ବାଇରେ ନିଜର ପିତାମାତାଙ୍କ ସହ ରହୁଛି। ସେମାନେ ବହୁତ ଗରିବ। ଏହି ଛୋଟ ଶିଶୁଟିର ମେରୁଦଣ୍ଡ ହାଡ ଫାଟିଯିବା କାରଣରୁ ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବାକୁ କହିଛନ୍ତି। ହେଲେ ଅର୍ଥ ଅଭାବରୁ ଏହା ସମ୍ଭବପର ହୋଇପାରୁନି। ଦୟାକରି ସେହି ଶିଶୁଟିକୁ ସାହାଯ୍ୟ କରନ୍ତୁ।

ତେବେ ଏହାର ପ୍ରତିଉତ୍ତର ଦେଇ ସୋନୁ କହିଛନ୍ତି, ଚାଲନ୍ତୁ ଏହି ଛୋଟ ଶିଶୁଟିକୁ ସୁସ୍ଥ କରିବା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ। ୨୮ ତାରିଖରେ ସର୍ଜରୀ କରାଯିବ। ଏହା ପରେ ପୁଣି ଥରେ ସୋସିଆଲ୍‌ ମିଡିଆରେ ସୋନୁଙ୍କ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Leave A Reply

Your email address will not be published.