ଲୁଚି ରହିଛନ୍ତି ୧୦ରୁ ୧୫ ମାଓବାଦୀ, ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ

0

ବଲାଙ୍ଗିର: ବଲାଙ୍ଗିର ଲାଠୋର ବେନ୍ଦେର ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ । ଗତକାଲି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଜଙ୍ଗଲରେ ୧୦ରୁ ୧୫ ଜଣ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

 

ଜଙ୍ଗଲରେ ମାଓ କ୍ୟାମ୍ପ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଦୁଇଟି ବନ୍ଧୁକ, ସୋଲାର, ମାଓ ପୁସ୍ତକ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ସିଆରପିଏଫ୍, ଡିଭିଏଫ୍ ଓ ଏସ୍ଓଜି ଯବାନ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ନୀତିନ କୁଶଳକର ।

Leave A Reply

Your email address will not be published.