ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ, କମ୍ବିଂ ବେଳେ ଠାବ

0

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କୁ ବଡ ସଫଳତା । ମାଓବାଦୀଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ଠାବ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣୀ ବ୍ଲକ ଜୋଡାମ୍ବ କଦଳିବନ୍ଧା ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ସେସବୁ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

 

ଜଙ୍ଗଲରେ ମାଓ ଆଡ୍ଡା ଚାଲିଥିବା ଖବର ପାଇଁ କମ୍ବିଂ ଅପରେସନରେ ଆରମ୍ଭ କରିଥିଲେ ବିଏସଏଫ ଯବାନ । ଏତିକିବେଳେ କଦଳିବନ୍ଧା ଜଙ୍ଗଲରୁ ଜବତ ହୋଇଥିଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଜବତ ସାମଗ୍ରୀ ଭିତରେ ରହିଛି ବିସ୍ଫୋରକ ଭର୍ତ୍ତି ଆଇଇଡି, ଟିଫିନ ବୋମା, ମାଓ ସାମଗ୍ରୀ, ପୋଷାକ, ବ୍ୟାଟେରୀ ଓ ତାର । ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀ ନଷ୍ଟ କରିଛନ୍ତି ।

Leave A Reply

Your email address will not be published.