ପୁଲୱାମା ଆକ୍ରମଣର ସହିଦଙ୍କ ସ୍ମୃତିରେ ବିରାଟ ତ୍ରିରଙ୍ଗା ଯାତ୍ରା

0

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୨ ବର୍ଷ ପୁରିଛି । ସହିଦ ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି । ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ବାଣୀବିହାରରୁ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଛି ।

 

ଏଥିରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟକ ଯୁବକ, ଛାତ୍ର, ସେନା କର୍ମଚାରୀ ଓ ରାଜନେତା । ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ସହ ସହିଦଙ୍କ ସ୍ମୃତିରେ ଏଭଳି ତ୍ରିରଙ୍ଗା ଶୋଭାରଯାତ୍ରା କରାଯାଇଛି ।

 

୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ୱାମାରେ ଆତଙ୍କବାଦୀ ହମଲା ହୋଇଥିଲା । ଯବାନଙ୍କ ଗାଡ଼କୁ ଆତ୍ମଘାତୀ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା ଆତଙ୍କବାଦୀ । ଏଥିରେ ୪୦ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.