ବକ୍ସିଂ ଡେ ଟେଷ୍ଟରେ ଭାରତର ମହାବିଜୟ, ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

0

ମେଲବୋର୍ଣ୍ଣରେ ଆଡିଲେଡ୍ ଟେଷ୍ଟ ପରାଜୟର ବଦଲା ନେଲା ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦ୍ୱିତୀୟ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ବିଜୟ ପାଇଁ ଭାରତ ଆଗରେ ଥିଲା ୭୦ରନ ବିଜୟ ଲକ୍ଷ୍ୟ । ଆଜି ଖେଳର ଚତୁର୍ଥ ଦିନରେ ୨ ଓ୍ୱିକେଟ ବିନିମୟରେ ଟାର୍ଗେଟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାସହ ଚାରି ଟିକିଆ ସିରିଜ ଏବେ ୧-୧ରେ ବରାବର ହୋଇଛି ।

 

ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ରନ୍ ଓ ଦ୍ୱିତୀୟ ଇନିଂସରେ ୨୦୦ ରନରେ ସୀମିତ ରହିଯାଇଥିଲା । ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ ଓ ଦ୍ୱିତୀୟ ପାଳିରେ ୭୦ରନ୍ କରି ବିଜୟ ହାସଲ କରିଛି ।

 

Shubman Gill and Ajinkya Rahane survive early jitters to help India win by 8️⃣ wickets in Melbourne 🔥

 

The series is now level at 1-1.#AUSvIND SCORECARD ▶️ https://t.co/bcDsS3qmgl pic.twitter.com/1tHYMLrBa0

 

— ICC (@ICC) December 29, 2020

 

ଆଡିଲେଡରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ଟିମ୍ ଇଣ୍ଡିଆକୁ ଶୋଚନୀୟ ଭାବରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଦ୍ୱିତୀୟ ଟେଷ୍ଟରେ ବିନା କୋହଲିରେ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୦ ଦିନ ଭିତରେ ପରାଜୟର ପ୍ରତିଶୋଧ ନେଇଛି ।

 

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହା ୧୦୦ତମ ଟେଷ୍ଟ ମ୍ୟାଚ୍ ଥିଲା । ବିଜୟ ସହ ଏହି ମ୍ୟାଚ ସ୍ମୃତିରେ ସାଇତା ରହିବ । ସେହିପରି ଅଷ୍ଟ୍ରେଲିଆ ମାଟିରେ ଏହା ଭାରତର ୨୯ତମ ଟେଷ୍ଟ ବିଜୟ । ଏହାପୂର୍ବରୁ ୪୩ ମ୍ୟାଚରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ ।

Leave A Reply

Your email address will not be published.