ଆଜିଠୁ ବାଇକ୍ ପଛରେ ବସିଲେ ବି ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ଗଣିବେ

0

ଭୁବନେଶ୍ୱର: ନୂଆବର୍ଷରେ ଟ୍ରାଫିକ ଯାଞ୍ଚ କଡ଼ାକଡ଼ି । ଆଜିଠାରୁ ବାଇକ୍ ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଉଭୟ ଗାଡ଼ି ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧିବାକୁ ହେବ । ପୂର୍ବରୁ ଏନେଇ ଲୋକଙ୍କ ସଚେତନ କରାଯାଇଥିଲା । ଆଜିଠୁ ଯାଞ୍ଚ କଡ଼ାକଡ଼ି କରାଯିବ ।

 

ଆଜିଠୁ ରାଜ୍ୟରେ ଜୋରଦାର ହୋଇଛି ହେଲମେଟ୍ ଚେକିଂ । ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧି ନଥିଲେ ଦଣ୍ଡ ଭୋଗିବେ । ନିୟମ ଉଲ୍ଲଂଘନକାରୀଙ୍କ ପାଖରୁ ଆଦାୟ ହେବ ଜରିମାନା । ଅମାନିଆ ଚାଳକଙ୍କ ଲାଇସେନ୍ସ ତିନି ମାସ ପାଇଁ ବାତିଲ ନିର୍ଦ୍ଦେଶ ବି ଦିଆଯାଇଛି ।

 

ସେହିପରି ରଙ୍ଗ ସାଇଡ୍ ଡ୍ରାଇଭିଂ ଚେକିଂକୁ ବି କଡ଼ାକଡ଼ି କରାଯାଉଛି । ଏହାସହ ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ବି ଆଜିଠାରୁ ଜରିମାନା ଗଣିବେ । କରୋନା ପାଇଁ ରାଜ୍ୟ ସରକାର ଟ୍ରାଫିକ୍ କଟକଣା ଓ ଚେକିଂକୁ କୋହଳ କରିଥିଲେ । ନୂଆବର୍ଷରୁ ପୁଣି ଥରେ କଡ଼ାକଡ଼ି କରାଯାଉଛି ।

Leave A Reply

Your email address will not be published.