ଜେଜେମାଙ୍କ ଦଶାହ କ୍ରିୟାରେ ନାତି ମୃତ
ଭଦ୍ରକ : ପୋଖରୀରେ ଗାଧଉଥିବାବେଳେ ପାଣିରେ ବୁଡ଼ି ବାଳକର ମୃତ୍ୟୁ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା 19 ନମ୍ବର ୱାର୍ଡ ବାଷଠି ଗାଁରେ । ମୃତକ ଜଣକ ଗାଁର ଗୋବିନ୍ଦ ଷେଣ୍ଢଙ୍କ 18 ବର୍ଷର ପୁଅ ସୁମନ ଗୌରବ ଷେଣ୍ଢ । ଆଜି ତାଙ୍କ ସମ୍ପର୍କୀୟ ଜେଜେ ମାଙ୍କ ସୁଧି କ୍ରିୟା ଚାଲିଥିବାବେଳେ ସୁମନ ଲଣ୍ଡା ହୋଇ ନିକଟସ୍ଥ ହୁର୍ଷା ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗାଧଉଥିବାବେଳେ ଅସାବଧାନତା ବସତ ପୋଖରୀ ଭିତରକୁ ପଳାଇ ଯାଇଥିଲା । ପହଁରା ଜାଣିନଥିବାରୁ ପାଣିରେ ବୁଡି ଯାଇଥିଲା । ସ୍ଥାନୀୟ ଲୋକ ତାକୁ ଉଧାର କରି ବାସୁଦେବପୁର ମେଡିକାଲକୁ ନେଇଆସିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।