୧୦ଟି ସବୁଠାରୁ ବୋଲ୍ଡ ଚଳଚ୍ଚିତ୍ର ମାନଙ୍କ ମଧ୍ୟରେ ସାମିଲ ହୋଇଥିଲା କବିତା ରାଧେଶ୍ୟାମଙ୍କ ‘୫ ଘଣ୍ଟାରେ୫କୋଟି’ ! ‘କିମ୍ କାର୍ଡ଼ଶୀୟନ’ର ମିଳିଥିଲା ଟେଗ୍

0

ଭାରତର ଓଟିଟି ବଜାରରେ ‘କବିତା ଭାବି’ ସିରିଜରୁ ବଡ଼ ଧମାକା କରୁଥିବା କବିତା ଅନେକଗୁଡ଼ିଏ ବିବାଦରେ ମଧ୍ୟ ରହିସାରିଛନ୍ତି । ୨୦୧୧ ମସିହାରେ ନ୍ୟୁଡ୍ ଫୋଟୋସୁଟ୍ ପାଇଁ ମୁମ୍ବାଇ ପୋଲିସରେ ତାଙ୍କର ଅଭିଯୋଗ କରାଯାଇଥିଲା ।

କବିତା ରାଧେଶ୍ୟାମଙ୍କୁ ବୋଲ୍ଡନେସ୍ କାରଣରୁ ତାଙ୍କୁ କିମ୍ କାର୍ଡ଼ଶୀୟନ ଟେଗ୍ ମଧ୍ୟ ଦିଆଯାଇଥିଲା ।

ଉଲ୍ଲୂରେ ପ୍ରଦର୍ଶିତ ହାଲିଆ ଏଡଲ୍ଟ ୱେବ୍ ସିରିଜ୍ ‘କବିତା ଭାବି’ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସିରିଜରୁ ଅଧିକ ଏହାର ଅଭିନେତ୍ରୀ କବିତା ରାଧେଶ୍ୟାମ ଚର୍ଚ୍ଚାରେ ଅଛନ୍ତି । କବିତା ରାଧେଶ୍ୟାମଙ୍କ ବିଷୟରେ ଆଲୋଚନା କରିବା ତେବେ କ୍ୟାରିୟର ଆରମ୍ଭରେ ହିଁ ସେ ନିଜ ବୋଲ୍ଡନେସ୍ ପାଇଁ ଲାଇମଲାଇଟରେ ଆସିଯାଇଥିଲେ ।

ଏହା ୨୦୧୨ ମସିହାର କଥା ଅଟେ । ସେହି ବର୍ଷ କବିତା ରାଧେଶ୍ୟାମଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏବଂ ୫ ଘଣ୍ଟାରେ ୫ କୋଟି ଟଙ୍କା ରୋଜଗାର କରିଥିଲା । ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ରାଧେଶ୍ୟାମଙ୍କ ବୋଲ୍ଡନେସର ଚର୍ଚ୍ଚା ସବୁ ଆଡ଼େ ହେବାକୁ ଲାଗିଲା । ସେହି ବର୍ଷ ଟାଇମ୍ସ ଅଫ ଇଣ୍ଡିଆ କବିତା ରାଧେଶ୍ୟାମଙ୍କ ଚଳଚ୍ଚିତ୍ର ୫ ଘଣ୍ଟାରେ୫ କୋଟିକୁ ଦଶଟି ସବୁଠାରୁ ବୋଲ୍ଡ ଚଳଚ୍ଚିତ୍ରରେ ମଧ୍ୟରେ ସାମିଲ କଲେ । ବୋଲ୍ଡନେସକୁ ନେଇ କବିତା ରାଧେଶ୍ୟାମଙ୍କୁ ‘କିମ୍ କାର୍ଡ଼ଶୀୟନ’ର ଉପାଧି ମିଳିଥିଲା ।

ନିର୍ଦ୍ଦେଶକ ବିକ୍ରମ୍ ଭଟ୍ଟଙ୍କ ସିରିଜ୍ ‘ହୁ ଇନ୍ ଇଟ୍ ଉଲଝନ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବିନ୍ଦାସ ଅଭିନେତ୍ରୀ କବିତା ରାଧେଶ୍ୟାମଙ୍କ ପରେ ସେ ନିଜ ବୋଲ୍ଡନେସକୁ ନେଇ ଖୁବ୍ ଚର୍ଚ୍ଚାରେ ରହୁଥିଲେ । ତାଙ୍କ ଲୋକପ୍ରିୟତାକୁ ଦେଖି ୨୦୧୨ରେ ବିଗ୍ ବୋସ୍ ନିର୍ମାତା ତାଙ୍କୁ ୱାଇଲର୍ଡ଼ କାର୍ଡ଼ରେ ଏଣ୍ଟ୍ରି ଦେବାକୁ ଚାହିଁଲେ । କିନ୍ତୁ କବିତା ଶୋ’ର ସୁଯୋଗକୁ ମନା କରିଦେଇଥିଲେ ।

ଜଣାଇଦେଉଛୁ ଯେ ଭାରତର ଓ ଟିଟି ବଜାରରେ ‘କବିତା ଭାବି’ ସିରିଜରୁ ବଡ଼ ଧମାକା କରିଥିବା କବିତା ବହୁତଗୁଡିଏ ବିବାଦରେ ମଧ୍ୟ ରହି ସାରିଛନ୍ତି । ୨୦୧୧ ମସିହାରେ ତାଙ୍କ ନ୍ୟୁଡ୍ ଫଟୋ ଗୁଡ଼ିକ ଯୋଗୁଁ ମୁମ୍ବାଇ ପୋଲିସ୍ ଠାରେ ତାଙ୍କ ବିରୁଦ୍ଧରେ ମାମଲା ଦାଖଲ ହୋଇଥିଲା । ଏହା ସହିତ କବିତା ଅନେକ ବୋଲ୍ଡ ଫଟୋ ଗୁଡ଼ିକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ଏହା ପରେ ୨୦୧୪ ରେ ଆସିଥିବା ଚଳଚ୍ଚିତ୍ର ‘ମେ ହୁ ରଜନୀକାନ୍ତ’ଙ୍କୁ ନେଇ ମଧ୍ୟ ସେ ବିବାଦରେ ଆସିଯାଇଥିଲେ । ଚଳଚ୍ଚିତ୍ରର ଶୀର୍ଷକକୁ ନେଇ ରଜନୀକାନ୍ତ ହାଇକୋର୍ଟ ପହଞ୍ଚି ଯାଇଥିଲେ ।

କବିତା ରାଧେଶ୍ୟାମ ହିନ୍ଦୀ ସିନେମାରୁ ଆରମ୍ଭ କରି କନ୍ନଡ଼, ତାମିଲ ଓ ତେଲୁଗୁ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । ନିକଟରେ କବିତା ନିଜ ସିରିଜ୍ ‘କବିତା ଭାବି’ ଓ ‘ଭୁଖ’କୁ ନେଇ ଚର୍ଚ୍ଚିତ ହୋଇଥିଲେ । ଉଲ୍ଲୁ ଓ ଏମଏକ୍ସ ପ୍ଲେୟରରେ ରିଲିଜ୍ ହୋଇଥିବା କବିତା ଭାବି ଓଟିଟି ପ୍ଲେଟଫର୍ମର କଣ୍ଟେଣ୍ଟର ରେଙ୍କିଙ୍ଗରେ ତୃତୀୟ ସ୍ଥାନରେ ରଖାଯାଇଥିଲା ।

Leave A Reply

Your email address will not be published.