ଜେଲରେ ଓକିଲଙ୍କୁ ସାକ୍ଷାତ କରିପାରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ ହାଇକୋର୍ଟ

0

କଟକ: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦିଆଯିବ । ଏସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ. ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ମାମଲା ବାବଦରେ ଓକିଲଙ୍କ ସହିତ ଆଲୋଚନା କରି ପାରିବେ ।

 

ପ୍ରଦୀପ ପାଣିଗ୍ରାହୀ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି । ତାଙ୍କୁ ପୂର୍ବରୁ ରିମାଣ୍ଡରେ ନେଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ତାଙ୍କ ସହ ଭାବି ସମୁଦି ଓ ଜ୍ୱାଇଁ ଆକାଶ ପାଠକ ବି ଜେଲରେ ଅଛନ୍ତି ।

Leave A Reply

Your email address will not be published.