ନବୀନଙ୍କୁ ସମର୍ଥନ ମାଗିଲେ ନୀତିଶ

0

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଲେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଫୋନ୍ ଯୋଗେ କଥା ହୋଇଛନ୍ତି ନୀତିଶ ଓ ନବୀନ ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଜେଡିୟୁ ହରିବଂଶ ନାରାୟଣ ସିଂହଦେଓଙ୍କୁ ପ୍ରାର୍ଥୀ କରିଛି । ଏଥିପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଦେଓଙ୍କ ପାଇଁ ବିଜେଡିର ସମର୍ଥନ ମାଗିଛନ୍ତି ନୀତିଶ କୁମାର । ଫୋନ୍ ଯୋଗେ ନବୀନଙ୍କୁ ଅନୁରୋଧ କରିଛନ୍ତି ।

ଗତ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡି ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଦେଓଙ୍କୁ ସମର୍ଥନ ଦେଇଥିଲା । ଏବେ ନୀତିଶଙ୍କ ଅନୁରୋଧ ପେର ବିଜେଡି ସୁପ୍ରିମୋ କି ନିଷ୍ପତ୍ତି ନେବେ ତାକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.