ଯୁବକଙ୍କୁ ପଥରରେ ଛେଚି ହତ୍ୟା

0

କଟକ: ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଖବର ଅନୁଯାୟୀ, ଶନିବାର ସକାଳେ ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା ନାମକ ଜଣେ ଯୁବକ ବାଇକ୍ ନେଇ ଦୋକାନକୁ ସଉଦା କରିବାକୁ ଯାଉଥିଲାବେଳେ ଆନନ୍ଦନାଥ ପାଟଣା ଦୋଳମଣ୍ଡପ ନିକଟରେ କିଛି ଦୁର୍ବୃତ୍ତ ଗୋବିନ୍ଦଙ୍କ ଉପରକୁ ବୋମା ଫୋପାଡିଥିଲେ। ଯୁବକ ତଳେ ପଡିଯିବା ପରେ ଦୁର୍ବୃତ୍ତମାନେ ପଥରରେ ଛେଚି ଯୁବକକୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।

ଖବର ପାଇ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ଏବଂ ପରେ ପରେ ବାଙ୍କୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ପୂର୍ବ ଶତୃତାକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.