ରାଜ୍ୟର ୭ଟି ସହରରେ ବଢୁଛି ପ୍ରଦୂଷଣର ମାତ୍ରା

0

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ଯାନବାହାନ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଓଡିଶାର ୭ଟି ସହରରେ ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଏକ ଉଦବେଗ ଜନକ ସ୍ଥିତି ପାଲଟିଛି।

 

ସାତଟି ସହରର ବାୟୁରେ PM10 ଏବଂ PM2.5 ପରି ବିପଜ୍ଜନକ ବାୟୁ ପ୍ରଦୂଷକ ପଦାର୍ଥର ମାନ ରହୁଛି।

 

ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଭୁବନେଶ୍ୱର, କଟକ, ବାଲେଶ୍ବର, ଅନୁଗୁଳ, ତାଳଚେର, ରାଉରକେଲା ଏବଂ କଳିଙ୍ଗ ନଗର ଆଦିରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି। ଯାହା ଫଳରେ ଏହି ସହରଗୁଡ଼ିକୁ ଅଣ-ଶ୍ରେଣୀଭୁକ୍ତ କରାଯାଇଛି।

 

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସହର ଗୁଡ଼ିକର ବାୟୁରେ SO2 ଏବଂ NOX ସ୍ତର ସୀମିତ ରହିଛି।

 

ମାତ୍ରାଧିକ ପ୍ରଦୂଷଣ ହେଉଥିବା ସହରକୁ ନନ ଆଟେନମେଣ୍ଟ ସିଟି କ୍ୟାଟେଗୋରୀରେ ରଖାଯାଇଛି । ଯେଉଁଠି ଅଧିକ ପ୍ରଦୂଷଣ ସେସବୁ ସହରର ଏହି ତାଲିକାରେ ଆସନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ non-attainment city ତାଲିକା କରିଛି।

 

ତେବେ ଦେଶରେ 102ଟି ସହର non-attainment city ତାଲିକାରେ ଅଛନ୍ତି।

Leave A Reply

Your email address will not be published.