ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ବାତିଲ୍ କଲେ ରାହୁଲ ଗାନ୍ଧି, କରୋନା ସଂକ୍ରମଣ ବଢୁଥିବାରୁ ନିଷ୍ପତ୍ତି

0

ନୂଆଦିଲ୍ଲୀ: କରୋନା କେସ୍ ବଢୁଥିବାରୁ ନିର୍ବାଚନ ରାଲିକୁ ସ୍ଥଗିତ ରଖିଲେ ରାହୁଲ ଗାନ୍ଧି । ପଶ୍ଚିମବଙ୍ଗରେ ଆଗାମୀ ଦିନରେ ହେବାକୁ ଥିବା ସର୍ବସାଧାରଣ ରାଲିକୁ ସ୍ଥଗିତ କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧି । ଏହାସହ ଅନ୍ୟ ରାଜନୈତିକ ଦଳଙ୍କୁ ଏଦିଗରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସର୍ବସାଧାରଣରେ ବିଶାଳ ରାଲି କରିବା ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଗଭୀର ଭାବରେ ଚିନ୍ତା କରନ୍ତୁ । ପଶ୍ଚିମବଙ୍ଗରେ ୮ଟି ପର୍ୟ୍ୟାୟରେ ମତଦାନ ହେଉଛି । ଏହାରି ଭିତରେ ପାଞ୍ଚଟି ପର୍ଯ୍ୟାୟ ମତଦାନ ସରିଛି । ଆସନ୍ତା ୨୨ ତାରିଖରେ ଷଷ୍ଠ ପର୍ୟ୍ୟାୟ ଭୋଟିଂ । କରୋନା ବ୍ୟାପୁଥିବା ବେଳେ ପ୍ରଚାର ବି ଘମାସାନ ହେଉଛି । ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

 

Leave A Reply

Your email address will not be published.