ଇରାକର ପାହାଡ଼ରେ ମିଳିଲା ପ୍ରଭୁ ଶ୍ରୀ ରାମ ଙ୍କର ଫୋଟୋ, ନିଆଁ ପରି ହେଉଛି ଭାଇରଲ ଆପଣ ବି ଦେଖି ନିୟନ୍ତୁ…

0

ଭାରତ ରେ ଭଗବାନ ଶ୍ରୀ ରାମଙ୍କ ର ବିଶେଷ ପୂଜା ଅର୍ଚନା ହେଇଥାଏ | ଭାରତ ରେ ଲୋକେ ପ୍ରଭୁ ଶ୍ରୀ ରାମ ଙ୍କ ପ୍ରତି ବିଶେଷ ଆସ୍ଥା ଏବଂ ବିଶ୍ୱାସ ରଖିଛନ୍ତି | ଇତି ମଧ୍ୟ ରେ ଇରାକ ରେ ମଧ୍ୟ ଭଗବାନ ରାମ ଙ୍କ ର ଅସ୍ତିତ୍ୱ ର ପ୍ରମାଣ ମିଳିଛି | ଏହା ର ଘୋଷଣା ନିଜେ ଅଯୋଧ୍ୟା ଶୋଧ ସଂସ୍ଥା କରିଛି | ଏହି ଘୋଷଣା ପରେ ଅନେକ ଐତିହାସକାର ମାନେ ଏଠାରେ ଗବେଷଣା କରିବାକୁ ପହଂଚିଛନ୍ତି | ଯେଉଁ ଲୋକେ ପ୍ରଭୁ ଶ୍ରୀ ରାମ ଙ୍କ ର ଅସ୍ତିତ୍ୱ କୁ ଗ୍ରହଣ କରୁ ନ ଥିଲେ ସେମାନେ ବର୍ତମାନ ଏହା ମାନିବାକୁ ବାଧ୍ୟ ହେଉଛନ୍ତି |

ବର୍ତମାନ ଆଲୋଚନା ର ବିଷୟ ହେଉଛି ଭଗବାନ ଶ୍ରୀ ରାମ ଙ୍କ ର ଅସ୍ତିତ୍ୱ ଇରାକ ରେ କିପରି ଥିଲା | ଏହା କୁ ନେଇ ଅନେକ ତର୍କ ମଧ୍ୟ ଦେଖାଯାଇଛି | ଅନେକ ପ୍ରକାର ର ପ୍ରମାଣ ର ଯୋଗାଡ଼ ମଧ୍ୟ ଚାଲିଛି | ତେବେ ଇରାକ ରେ କିଛି ଏପରି ଫୋଟୋ ଦେଖିବାକୁ ମିଳିଛି ଯାହା ଏକ ପାହାଡ଼ ର ଅଟେ ଓ ସେଠାରେ ପ୍ରଭୁ ଶ୍ରୀ ରାମ ଓ ହନୁମାନ ଙ୍କ ର ଅଙ୍କିତ କଳାକୃତି ଦେଖିବାକୁ ମିଳିଛି |

ଇରାକ ରେ ମିଳିଛି ପ୍ରଭୁ ରାମ ଚନ୍ଦ୍ର ଙ୍କର ଅସ୍ତିତ୍ୱର ପ୍ରମାଣ

ଇରାକ ରେ ଭଗବାନ ରାମ ଙ୍କୁ ନେଇ ଅନେକ ତର୍କ ଦେଖିବାକୁ ମିଳିଛି | ଐତିହାସକାର ମାନେ ଏହା କୁ ନେଇ ନିଜ ନିଜ ର ମତ ମଧ୍ୟ ରଖିଛନ୍ତି | ସୂଚନା ମୁତାବିକ ଏହି ଚିତ୍ରଣ ଦୀର୍ଘ 2000 ବର୍ଷ ପୂର୍ବ ର ଅଟେ | ଅଯୋଧ୍ୟା ସଂସ୍ଥା ପକ୍ଷ୍ୟ ରୁ କୁହାଯାଇଛି କି ଡର୍ବାନଦଃ ଇ ବେଳୁଁଲା ରେ ଥିବା ପାହାଡ଼ ରେ ମିଳିଥିଲା ଏହି ଚିତ୍ରଣ ରୁ ସ୍ପଷ୍ଟ ଜଣାଯାଇଛି କି ଏଠାରେ ମଧ୍ୟ ପ୍ରଭୁ ରାମ ଓ ହନୁମାନ ଙ୍କ ର ଅସ୍ତିତ୍ୱ ରହିଛି |

ଅଯୋଧ୍ୟା ଗବେଷକ ସଂସ୍ଥା

ଅଯୋଧ୍ୟା ଗବେଷକ ସଂସ୍ଥା ର ନିର୍ଦେଶକ ଯୋଗେନ୍ଦ୍ର ପ୍ରତାପ ସିଂ କହିଛନ୍ତି କି ଏହି ଚିତ୍ରଣ ଦେଖି ଏହା କୁହାଯାଉଛି କି ଭଗବାନ ରାମ ଓ ହନୁମାନ ଙ୍କ ର ହିଁ ଏହି ଚିତ୍ର ଅଟେ | କିନ୍ତୁ ଏହି ଆବିଷ୍କାର ପରେ ଏକ ନୂଆ ତର୍କ ମଧ୍ୟ ସାମ୍ନାକୁ ଆସିଛି | କିନ୍ତୁ ଅଯୋଧ୍ୟା ଗବେଷକ ସଂସ୍ଥା ନିଜ କଥା ରେ ହିଁ ଅଟଳ ଅଛନ୍ତି | ଏବଂ ଇରାକ ସରକାର ଙ୍କୁ ସେଠାରେ ଗବେଷଣା କରିବାକୁ ଅନୁମତି ମାଗିଛନ୍ତି |

ଐତିହାସକାର

ଅଯୋଧ୍ୟା ଗବେଷକ ସଂସ୍ଥା ଙ୍କୁ ଇରାକ ଐତିହାସକାର କହିଛନ୍ତି କି ଏହା କୌଣସି ପ୍ରଭୁ ରାମ ଓ ହନୁମାନ ଙ୍କ ର ଚିତ୍ର ନୁହେଁ ଏହା ସେହି ଅଂଚଳ ର ପାହାଡି ଆଦିବାସୀ ଜନଜାତି ଙ୍କ ର ଫୋଟୋ ଅଟେ | କିନ୍ତୁ ଏହା କୁ ନେଇ ବର୍ତମାନ ଆଗାମୀ ସମୟ ରେ ଆହୁରି ଅଧିକ ଗବେଷଣା ଜାରି ରହିବ ବୋଲି କୁହାଯାଇଛି |

Leave A Reply

Your email address will not be published.