ରିୟାଙ୍କୁ ବେଲ୍ ହେବ ନା’ ଜେଲ୍‌, ବମ୍ବେ ହାଇକୋର୍ଟରେ ଫଇସଲା

0

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମଙ୍କମଳକ୍ଟକ୍ଟ ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ଜାମିନ ମିଳିବ । ତା’ଉପରେ ଆଜି ଫଇସଲା ଶୁଣାଇବେ ବମ୍ବେ ହାଇକୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମଧ୍ୟ ଜାମିନ ଆବେଦନର ଆଜି ଶୁଣାଣି ହେବ ।

ପୂର୍ବରୁ ଗଲା ୨୩ ତାରିଖରେ ଜାମିନ ଆବେଦର ଶୁଣାଣି ହେବାର ଥିଲା । କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଏହା ବାଧାପ୍ରାପ୍ତ ହୋଇଥିଲା । ଆସନ୍ତା ୬ ତାରିଖ ଯାଏଁ ନ୍ୟାୟିକା ହେପାଜରେ ଅଛନ୍ତି ରିୟା ଓ ସୌଭିକ ।

ପୂର୍ବରୁ ମଧ୍ୟ ନିମ୍ନ ଅଦାଲତରେ ୨ଥର କାଟ୍ ଖାଇଛି ଉଭୟ ରିୟା-ସୌଭିକଙ୍କ ଜାମିନ ଆବେଦନ । ଏହି ମାମଲାରେ ଜେରା ଜାରି ରହିଥିବା ବେଳେ ଜାମିନ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ରୋକଠୋକ ଶୁଣାଇ ଦେଇଥିଲେ । ଏହାପରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଉଭୟ ଭାଇ-ଭଉଣୀ ।

Leave A Reply

Your email address will not be published.