ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ

0

ନୟାଗଡ: ଯଦୁପୁର ପରୀ ହତ୍ୟା ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ସରୋଜ ସେଠୀକୁ ହାଜର କରାଇଲା ଏସଆଇଟି । ଆଜି କୋର୍ଟରେ ସରୋଜର ମାଆ ଓ ଭଉଣୀ ବି ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର ଲୋକ । ଏହାର ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଛି । ସେହିପରି ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ କରାଇବାକୁ ଅନୁମତି ଦେବା ପାଇଁ ପକସୋ କୋର୍ଟରେ ଆବେଦନ କରିଛି ଏସଆଇଟି । ଏସମ୍ପର୍କିତ ଆବେଦନ ଉପରେ ବି ଆଜି ଶୁଣାଣି ରହିଛି ।

Leave A Reply

Your email address will not be published.