ଗୁପ୍‌ଚୁପ୍‌ବାଲା ପ୍ରେମରେ ପଡି ଚମ୍ପଟ୍ ମାରିଲେ ସ୍କୁଲ ଛାତ୍ରୀ !

0

ଉତ୍ତରପ୍ରଦେଶ: ଗୁପ୍‌ଚୁପ୍ । ଗୁପ୍ଚୁପ ହେଉଛି ମୁଖରୁଚି ତାଲିକାରେ ଝିଅଙ୍କ ପ୍ରଥମ ପ୍ରେମ । ସ୍କୁଲ, କଲେଜର ଛାତ୍ରୀ ହୁଅନ୍ତୁ ଅବା ଚାକିରିଆ ମହିଳା ଗୁପ୍‌ଚୁପ୍ ପ୍ରତି ତାଙ୍କ ପ୍ରେମର ସଜ୍ଞା ଟିକେ ନିଆରା । ୧୦ଟଙ୍କାର ହେଉ କି ୨୦, ଏକ୍ସଟ୍ରା ଖଟାପାଣି ଓ ପାମ୍ପୁଡି ଖାଇବାକୁ ସେମାନେ କେବେ ବି ଭୁଲନ୍ତି ନାହିଁ । ହେଲେ ଜଣେ ଛାତ୍ରୀ ପ୍ରଥମେ ଗୁପଚୁପ ପ୍ରେମରେ ଓ ପରେ ଗୁପଚୁପବାଲା ପ୍ରେମରେ ପଡି ଘରୁ ଚମ୍ପଟ୍ ମାରିବା ଘଟଣା ଚର୍ଚ୍ଚାକୁ ଆସିଛି ।

ଉତ୍ତରପ୍ରଦେଶ ମିର୍ଜାପୁରରେ ଜଣେ ୧୭ ବର୍ଷୀୟ ସ୍କୁଲ ଛାତ୍ରୀ ପ୍ରତିଦିନ ଏକ ନିର୍ଦ୍ଧିଷ୍ଠ ଦୋକାନରୁ ଗୁପ୍‌ଚୁପ୍ ଖାଉଥିଲେ । ସମୟ ଗଡିବା ସହ ସେହି ଗୁପଚୁପବାଲା ପ୍ରେମରେ ବି ପଡିଥିଲେ । ପ୍ରେମର ନିବିଡତା ଏତେ ଅଧିକ ଥିଲା ଯେ ଦୁହେଁ ଜୁଲାଇ ୨୮, ରାତି ୧୧ଟାରେ ଘରୁ ଚମ୍ପଟ୍ ମାରିଥିଲେ । ଝିଅର ପରିବାର ଲୋକେ ଖୋଜାଖୋଜି କରିବା ପରେ ଗୁପ୍‌ଚୁପ୍‌ବାଲା ମଧ୍ୟ ଫେରାର ଥିବା ଜାଣିପାରିଥିଲେ । ଶେଷରେ କୁଚୱା ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତରେ ପୁଅ ଘର ଝାନସୀ ବୋଲି ଜଣାପଡିଥିଲା । ଏପରିକି ନିଜ ଗାର୍ଲଫ୍ରେଣ୍ଡ ସହ ଘରକୁ ଯାଉଥିବା ନେଇ ସେହି ପୁଅ ନିଜ ପରିବାର ଲୋକଙ୍କୁ ବି ଜଣାଇଥିଲା ।

ତେବେ ପୋଲିସର ହସ୍ତକ୍ଷେପ ପରେ ବିନା କୌଣସି ମାମଲା ଦାୟର କରାଯାଇ ଝିଅଟିକୁ ଉଦ୍ଧାର କରାଯାଇଥିଲା । ପୋଲିସ ସହ ଫୋନରେ କଥାବାର୍ତ୍ତା ହେବା ପରେ ସେହି ଗୁପଚୁପବାଲାଙ୍କ ପରିବାର ଲୋକେ ଝିଅକୁ ନିଜ ଘରକୁ ପଠାଇଦେଇଥିଲେ ।

Leave A Reply

Your email address will not be published.