ସାରା ବିଶ୍ୱରେ ଲାଗିବ ସେରମର କରୋନା ଭ୍ୟାକ୍ସିନ

0

ନୂଆଦିଲ୍ଲୀ : ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା କରେନା ଟିକା ଆଷ୍ଟ୍ରାଜେନିକାକୁ ସାରା ବିଶ୍ବରେ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଆଷ୍ଟ୍ରାଜେନିକା ଟିକାକୁ ବିଶ୍ବର ସବୁ ଦେଶରେ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

 

WHO ପକ୍ଷରୁ ଅକ୍ସଫୋର୍ଡର ୨ଟି ଟିକାକୁ ସାରାବିଶ୍ବରେ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଛି । ସେଥିମଧ୍ୟରୁ ଗୋଟିଏ ଭାରତର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ତିଆରି କରୁଥିବା ବେଳେ, ଅନ୍ୟଟି ଦକ୍ଷିଣ କୋରିଆର ଏସକେ ବାୟୋ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଛି ।

 

କୋଭାକ୍ସ ପ୍ରୋଗାମ ଆୟୋଜନ କରାଯାଇ ଗରିବ ଦେଶଗୁଡ଼ିକୁ ଟିକା ଯୋଗାଇବ WHO । ଯେଉଁ ଦେଶଗୁଡ଼ିକୁ ଏ ପର୍ଯ୍ୟନ୍ତ କରୋନା ଟିକା ମିଳିପାରିନାହିଁ ଓ ଲୋକମାନେ କରୋନା କବଳରୁ ବାହାରି ପାରୁନାହାନ୍ତି, ସେହି ଦେଶଗୁଡ଼ିକୁ କୋଭିସିଲ୍ଡ ଟିକା ଯୋଗାଇ ଦିଆଯିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.