ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମନ୍ତବ୍ୟ ପରେ ଡାକ୍ତରଙ୍କୁ କାରଣଦର୍ଶାଅ ନୋଟିସ

0

ନୂଆଦିଲ୍ଲୀ: ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

 

ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଏବଂ ତାଙ୍କ କିଡନୀ କେବଳ ୨୫ ପ୍ରତିଶତ କାର‌୍ୟ୍ୟ କରୁଛି। ଏହି ମାମଲାରେ ଡାକ୍ତରଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

 

ତେବେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ)ର ନିର୍ଦ୍ଦେଶକ ଡାକ୍ତର କାମେଶ୍ୱର ପ୍ରସାଦ କହିଛନ୍ତି ଯେ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟକୁ ନେଇ ଗଣମାଧ୍ୟମରେ ଯାହା ଖବର ପ୍ରସାରିତ ହେଉଛି ତାହା ଭୁଲ ଅଟେ।

 

ଡାକ୍ତର ପ୍ରସାଦ କହିଛନ୍ତି ଯେ ଡା. ଉମେଶ ଲିଖିତ ଭାବେ ସ୍ପଷ୍ଟ କରିଛନ୍ତି ଯେ, ଏବାବଦରେ ଗଣମାଧ୍ୟମ ସହ ସେ କିଛି କଥା ହୋଇନାହାଁନ୍ତି ଏବଂ ଯାହା ପ୍ରଚାର ଓ ପ୍ରସାର ହେଉଛି ତାହା ଭୁଲ୍।

 

ଆହୁରି ମଧ୍ୟ ସେ କହିଛନ୍ତି ଯେ ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଛି।

Leave A Reply

Your email address will not be published.