ସୋଫା ଭିତରେ ସାପ

0

ଭୁବନେଶ୍ୱର: ସୋଫା ଭିତରୁ ବାହାରିଲା ସାପ । ଭୁବନେଶ୍ୱର ୟୁନିଟୟ-୬ ସ୍ଥିତ କ୍ୱାଟର ନମ୍ବର- ସି-୪/୧ରେ ରହୁଥିବା ସ୍ପେଶାଲିଷ୍ଟ ଡାକ୍ତର ଭଗବାନ ସାହୁଙ୍କ ଘରୁ ସାପଟି ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଂଚି ସୋଫା ଭିତରୁ ସାପଟିକୁ ବାହାର କରିଛନ୍ତି ।

ଆଜି ଭାଗବନ ସାହୁ ତାଙ୍କ ସୋଫା ଭିତରେ କ’ଣ ଗୋଟେ ଥିବା ଅନୁଭବ କରିଥିଲେ । ଏହାପର ସେ ଏକ ବାଡି ସାହାଯ୍ୟ ମୂଷା ପସିଥିବା ଅନୁମାନ କରି ୨ରୁ୩ ପାହାର ମାରିଥିଲେ । କିନ୍ତୁ ଏହାପରେ ବି ସୋଫା ଭିତରେ କ’ଣ ଅଛି ତାହା ଜଣାପଡିନଥିଲା । ପରେ ସ୍ନେକ ହେଲ୍ପ ଲାଇନ୍‌କୁ ଫୋନ୍ କରିଥିଲେ । ସ୍ନେକ ହେଲ୍ପଲାଇନ୍ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳେ ପହଂଚି ସୋଫା ଭିତରୁ ଏକ ୫ ଫୁଟ ଲମ୍ବର ଢ଼ମଣା ସାପର ମୃତଦେହକୁ ବାହାର କରିଥିଲେ । ମୂଷା ଭାବିକି ଯେଉଁ ପାହାର ଆଗରୁ ବସିଥିଲା, ସେଇ ପାହାର ଦ୍ୱାରା ହିଁ ସାପ ଟିର ମୃତ୍ୟୁ ହୋଇଯାଇଥିଲା । ଏଇ ଘଟଣାଟି ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.