ସୋନପୁର ସବୁଠୁ ଥଣ୍ଡା ସହର, ୧୦ଟି ସହରରେ ୧୫ ଡିଗ୍ରୀରୁ କମ୍ ତାପମାତ୍ରା

0

ଭୁବନେଶ୍ୱର: କମୁଛି ପାରଦ, ବଢୁଛି ଥଣ୍ଡା । ଫୁଣି ଥରେ ଫେରିଲା ଶୀତ । ପାଖାପାଖି ଅଧା ଜିଲ୍ଲାରେ ତାପମାତ୍ରା ଖସିବାରେ ଲାଗିଛି । ୧୨ଟି ସହରରେ ପାରଦ ୧୫ ଡିଗ୍ରୀ କିମ୍ୱା ତାଠାରୁ କମ୍ ରେକର୍ଡ କରାଯାଇଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

କନ୍ଧମାଳ ଜିଲ୍ଲାରେ ଶୀତ ଥରାଇଲାଣି । ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ସେଲସିୟସ୍ ତାମପାତ୍ରା ରେକର୍ଡ କରାଯାଇଛି । ସେହିପରି ଅନୁଗୁଳରେ ୧୨, ଝାରସୁଗୁଡ଼ାରେ ୧୩.୨, ଭବାନୀପାଟଣାରେ ୧୩.୫ ଓ କେନ୍ଦୁଝରରେ ସର୍ବନିମ୍ନ ପାରଦ ୧୩.୬କୁ ଖସିଛି ।

 

ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ଥିବା ବେଳେ କୋରାପୁଟରେ ୧୪.୬, ବାରିପଦାରେ ୧୪.୯ ସହ କଟକ ଓ ବଲାଙ୍ଗିରରେ ୧୫ ଡିଗ୍ରୀ ସେଲସିୟସ୍ ଲେଖାଏ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱରରେ ରାତିର ତାତି ଥିଲା ୧୬.୨ ଡିଗ୍ରୀ ସେଲସିୟସ୍ ।

Leave A Reply

Your email address will not be published.