ଓଲିଉଡର ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ପରଲୋକ

0

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ଅଜିତ ଦାସ ଆଉ ନାହାଁନ୍ତି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୭୧ ବର୍ଷିୟ ଅଜିତ ଦାସ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଏଥିସହ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ହସପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଓଲିଉଡର ଏହି ବର୍ଷିୟାନ ଅଭିନେତା ୬୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ମୟୂରଭଂଜ ଜିଲ୍ଲା କରଂଜିଆରେ ସେ ଜନ୍ମ ହୋଇଥିଲେ । ଅଜିତ ଦାସଙ୍କ ମୃତ୍ୟୁ ଓଲିଉଡ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କରିଛି ।

Leave A Reply

Your email address will not be published.