ପୁଡୁଚେରୀରେ କଂଗ୍ରେସ ସରକାରର ପତ୍ତନ, ବହୁମତ ସାବ୍ୟସ୍ତ କରିପାରିଲେନି ଭି. ନାରାୟଣସାମୀ

0

ପୁଡୁଚେରୀ: ଆସ୍ଥା ହରାଇଲେ ଭି. ନାରାୟଣସାମୀ । ପୁଡୁଚେରୀରେ କଂଗ୍ରେସ ସରକାରର ପତ୍ତନ ହୋଇଛି । ବିଧାନସଭାରେ ବହୁମତ ସାବ୍ୟସ୍ତ କରି ପାରିଲେ ନାହିଁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ତାଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ଟି. ସୌନ୍ଦରରାଜନ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଭି. ନାରାୟଣସାମୀ ।

 

କିଛି ବିଧାୟକଙ୍କ ଇସ୍ତଫା ପରେ ପୁଡୁଚେରୀରେ କଂଗ୍ରେସ ନେତୃତ୍ୱାଧୀନ ସରକାର ସଂକଟରେ ପଡ଼ିଥିଲା । ଗତକାଲି ଆଉ ଦୁଇ ଜଣ ସଦସ୍ୟ ଇସ୍ତଫା ଦେବା ପରେ ମେଣ୍ଟ ସରକାରରେ ବିଧାୟକଙ୍କ ସଂଖ୍ୟା ୧୧କୁ ଖସିଥିଲା । ୩୩ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏବେ ବିରୋଧୀଙ୍କ ପାଖରେ ୧୪ ବିଧାୟକଙ୍କ ସମର୍ଥନ ରହିଛି ।

 

ଆଜି ବିଧାନସଭାରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ କହିଥିଲେ, ବିଧାୟକମାନେ ଦଳ ପ୍ରତି ଅନୁଗତ ରହିବା ଆବଶ୍ୟକ । ଇସ୍ତଫା ଦେଇଥିବା ବିଧାୟକଙ୍କୁ ଅବସରବାଦୀ କହିଛନ୍ତି । ଏହାସହ ପୂର୍ବତନ ଉପରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଭି. ନାରାୟଣସାମୀ ।

Leave A Reply

Your email address will not be published.