ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ

0

ସୋନପୁର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ହାତୀ ଆକ୍ରମଣରେ ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ୬୦ ବର୍ଷୀୟ ନାରାୟଣ ଭୋଇ ବୋଲି ଜଣାପଡ଼ିଛି । ନାରାୟଣ ଭୋଇ ନିଜ ଝିଅ ଘରେ ରହୁଥିଲେ ।

 

ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନାରାୟଣଙ୍କୁ ହାତୀ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଛି । ଖବର ପାଇଁ ବନ ବିଭାଗ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ନାରାୟଣ ଭୋଇଙ୍କ ଘର ହରପାଲିରେ ହୋଇଥିବା ବେଳେ ସେ ପଣ୍ଡକିଟାଲରେ ଝିଅ ଘରେ ରହୁଥିଲେ । ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ହାତୀ ଆକ୍ରମଣରେ ଜୀବନ ଯାଉଥିବାରୁ ଲୋକମାନେ ଆତଙ୍କିତ ଅଛନ୍ତି ।

Leave A Reply

Your email address will not be published.