ଖୁସି ଖବର, ଫେବୃଆରୀରେ ଆସିବ କରୋନା ଟିକା

0

ନୂଆଦିଲ୍ଲୀ:ଭାରତ ବାୟୋଟେକ ପ୍ରସ୍ତୁତ କରୁଥିବା କରୋନା ଟିକାକୁ ନେଇ ଆସିଛି ଏକ ବଡ ଖୁସି ଖବର । ଆକଳନ ତୁଳନାରେ ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃଆରୀ ମାସରେ ଭାରତ ତା’ର କରୋନା ଟିକା ପାଇବ। ଏନେଇ ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ କହିଛନ୍ତି, ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକାର ଶେଷ ପର୍ଯ୍ୟାୟ ଟ୍ରାଏଲ ଚଳିତ ମାସରେ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଉକ୍ତ ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ ଲାଭ ଦାୟକ ବୋଲି ପ୍ରାମଣିତ ହୋଇଛି। ତେଣୁ ଫେବୃଆରୀ ପ୍ରଥମ ସପ୍ତାହରେ ହିଁ ଭାରତରେ କରୋନା ଟିକା ଲଞ୍ଚ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତ ବାୟୋଟେକ ହେଉଛି ଏକ ଘରୋଇ ଫାର୍ମା କମ୍ପାନୀ। ଏହି କମ୍ପାନୀ ଆଇସିଏମଆର ସହ ମିଶି କୋଭାକ୍ସିନ ନାଁରେ କରୋନା ଟିକା ପ୍ରସ୍ତୁତ କରିଛି। ପୂର୍ବରୁ ଏହା ଆସନ୍ତାବର୍ଷ ଦ୍ୱିତୀୟ କ୍ୱାର୍ଟରରେ ବଜାରକୁ ଆସିବ ବୋଲି କୁହାଯାଉଥିଲା। ତେବେ ଆଜି ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ରଜନୀ କୁମାର କହିଛନ୍ତି, ପରୀକ୍ଷାରୁ ଜଣାପଡ଼ିଛି ଯେ ଟିକା ଫଳପ୍ରଦ ହେଉଛି। ଆମର ଆଶା ଆସନ୍ତା ବର୍ଷ ଫେବୃଆରୀ ଆରମ୍ଭରୁ କିମ୍ବା ଶେଷ ଭାଗରେ ଏହା ବଜାରରେ ପ୍ରବେଶ କରିବ।

ଫେଜ-୩ ଟ୍ରାଏଲ ପରେ ଏହା ଶତପ୍ରତିଶତ ସୁରକ୍ଷିତ କି ନାହିଁ ଜଣାପଡ଼ିବ। ଏବେ କରୋନା ଟିକାରେ ରିକ୍ସ ରହିଛି। ଯଦି ଆପଣମାନେ ରିକ୍ସ ନେବାକୁ ପ୍ରସ୍ତୁତ, ତା’ହେଲେ ଆପଣମାନେ ଟିକା ନେଇପାରିବେ। ଯଦି ଦରକାର ପଡ଼ିବ, ତା’ହେଲେ ସରକାର ଜରୁରୀ କାଳୀନ ସ୍ଥିତିରେ କରୋନା ଟିକା ପ୍ରୟୋଗ ପାଇଁ ଅନୁମତି ଦେଇପାରନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.