ଟ୍ରମ୍ପଙ୍କ ବିରୋଧରେ ପୁଣି ମହାଭିଯୋଗ ପ୍ରସ୍ତାବ

0

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ମହାଭିଯୋଗ ପ୍ରସ୍ତାବ । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି କହି ଡେମୋକ୍ରାଟମାନେ ଏହି ମହାଭିଯୋଗ ପ୍ରସ୍ତାବର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ହାଉସ୍ ଅଫ୍‌୍ ରିପ୍ରେଜେଣ୍ଟେଟିଭରେ ଏହି ପ୍ରସ୍ତାବ ଉପରେ ଆଲୋଚନା ସହିତ ଭୋଟିଂ ହୋଇପାରେ ।

ଏହା ପୂବ ର୍ରୁ ଗତକାଲି ସମ୍ବିଧାନର ଧାରା ୨୫ ପ୍ରୟୋଗ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବାକୁ ଉପରାଷ୍ଟ୍ରପତି ମାଇକ୍ ପେନ୍‌ସଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ପେନ୍‌ସ ଯଦି ଏହା ନ କରନ୍ତି ତେବେ ବୁଧବାର ହିଁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ହାଉସ୍ ମେଜରିଟି ନେତା ଷ୍ଟେନି ହୋୟର କହିଛନ୍ତି ।

ଗତ ବୁଧବାର କ୍ୟାପିଟଲ ହିଲରେ ଯେଉଁ ହିଂସାକାଣ୍ଡ ଓ

ଅରାଜକତା ହେଲା, ସେଥିପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି ଡେମୋକ୍ରାଟମାନେ । ସେମାନେ ଅଭିଯୋଗ କରିଛନ୍ତି, ନିଜ ସମର୍ଥକଙ୍କୁ ଟ୍ରମ୍ପ ଉସୁକାଇବାରୁ ଏଭଳି ଅରାଜକତା ହୋଇଥିଲା । ଏହା ରାଜଦ୍ରୋହ ସହିତ ସମାନ, ସରକାରଙ୍କ ବିରୋଧରେ ଏହା ବିଦ୍ରୋହ ବୋଲି ମଧ୍ୟ କହିଛନ୍ତି । ତେଣୁ ରାଷ୍ଟ୍ରପତି ପଦରେ ରହିବାର ଅଧିକାର ଟ୍ରମ୍ପ ହରାଇଥିବା କହି ତାଙ୍କ ବିରୋଧରେ ଡେମୋକ୍ରାଟମାନେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି । ଏହା ଆଗରୁ ୨୦୧୯ରେ ମଧ୍ୟ ଡୋନାଲ୍‌ଡଙ୍କ ବିରୋଧରେ ଏପରି ମହାଭିଯୋଗ ଆସିଥିଲା ।

Leave A Reply

Your email address will not be published.