ଆଜି ବିଧାୟକ ଦଳ ବ‌ୈଠକ, କରିବ‌େ ରଣନୀତି ପ୍ରସ୍ତୁତ

0

ଭୁବନେଶ୍ବର: ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା୧୮ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବିଜେଡି, କଂଗ୍ରେସ୍ ଓ ବିଜେପି ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

 

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ନେଇ ବିଧାନସଭା ସଚିବ ସୂଚନା ଦେଇଛନ୍ତି।

 

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ଟା ୩୦ମି.ରେ ‌ବୈଠକ ବସିବାକୁ ଥିବା ବେଳେ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିଜେପି ବିଧାୟକ ଦଳ ବୈଠକ ବସିବ।

 

ସେହିପରି ସନ୍ଧ୍ୟା ୬ଟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିବ।

Leave A Reply

Your email address will not be published.