ସଂସଦ ଢାଞ୍ଚାରେ ବିଧାନସଭା ଅଧିବେଶନ, ୪ ଫୁଟ ଦୂରତାରେ ବସିବେ ବିଧାୟକ

0

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ଏଥରର ବିଧାନସଭା । ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ । ତେବେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ ଓ କଲିଂ ଆଟେନସନ ରହିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ବିଧାୟକ ମାନେ ୪ ଫୁଟ ଦୂରତାରେ ବସିବେ । ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି । ଦର୍ଶକ ଗ୍ୟାଲେରୀରେ ମଧ୍ୟ ବସିହେବ ।

ବାଚସ୍ପତିଙ୍କ ସୂଚନା ଅନୁସାରେ, ସଂସଦ ଭଳି ବିଧାନସଭାରେ ବିଧାୟକଙ୍କ ସିଟ୍ ଆଗରେ ସିଲଡ କାଚ ଲଗାଯାଇଛି । ଏଥିସହ ଯେଉଁ ବରିÂ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ । ସେମାନଙ୍କ ପାଇଁ ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକ ବିଲଡିଂରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରାଯିବ । ଏଥିସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି

Leave A Reply

Your email address will not be published.