ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ବଢ଼ିଲା, ୨୪ ଯାଏ ବଳବତ୍ତର

0

ନୂଆଦିଲ୍ଲୀ: ଲକଡାଉନ୍ ସଫଳ ହୋଇଛି । ରାଜଧାନୀ ଦିଲ୍ଲୀରେ କାବୁ ପାଉଚି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଲକଡାଉନ୍ ବୃଦ୍ଧି ନେଇ ସେ ଆଜି ଘୋଷଣା କରିଛନ୍ତି । ଫଳରେ ଆସନ୍ତା ୨୪ ତାରିଖ ଯାଏ ଦିଲ୍ଲୀରେ ବଳବତ୍ତର ରହିବ ତାଲାବନ୍ଦ ।

 

ଆସନ୍ତାକାଲି ଦିଲ୍ଲୀରେ ଶେଷ ହେଉଥିଲା ଲକଡାଉନ୍ ସମୟସୀମା । କେଜ୍ରିଓ୍ୱାଲ କହିଛନ୍ତି ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଏପ୍ରିଲ ୨୬ ତାରିଖ ପରଠୁ ଦୈନିକ ସଂକ୍ରମଣ ହ୍ରାସ ପାଉଛି । ଗତ ଦୁଇ ଦିନ ହେବ ଖସୁଛି ସଂକ୍ରମିତଙ୍କ ସଂଖ୍ୟା ।

 

ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ସାଢ଼େ ୬ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ହାର ୧ ପ୍ରତିଶତ ହ୍ରାସ ପାଇଛି । ଏବେ ଦିଲ୍ଲୀରେ ୧୦ ପ୍ରତିଶତକୁ ଖସିଛି ପଜିଟିଭିଟି ରେଟ୍ । ଆଗାମୀ ସପ୍ତାହରେ ଦିଲ୍ଲୀ ଟ୍ରାକକୁ ଫେରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

Leave A Reply

Your email address will not be published.